କଳାହାଣ୍ଡି ,କୋକସରା ୧୦/୦୮: କଠିନ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି। ଏମିତି ଜଣେ ଛାତ୍ର ଗରିବ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ୟ ନିଜ ଅକ୍ଲାନ୍ତ ପରିଶ୍ରମ ବଳରେ ଅଷ୍ଟ୍ରେଲିଆ ନ୍ୟୁକେସଲ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରି ପରିବାର ,ଗାଁ ତଥା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସେ ଆଉ କେହି ନୁହଁନ୍ତି କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଚିକିଲି ଗ୍ରାମର ମୋହନ ପ୍ରସାଦ କୁମାର ଓ କଜ୍ଵଲ କାନ୍ତି କୁମାରଙ୍କ ବଡ ପୁଅ ନିଶିକାନ୍ତ କୁମାର ।
ସଫଳତା ପାଇବା ପରେ ରବିବାର ତାଙ୍କୁ ନିଜ ଜନ୍ମ ମାଟିରେ ସମ୍ୱର୍ଦ୍ଧନା ସଭାର ଆୟୋଜନ କରାଯାଇ ବିଭିନ୍ନ ମହଲରୁ ସମ୍ୱର୍ଦ୍ଧିତ କରା ଯାଇଛି। ଏହି ଅବସରରେ ପରିବାର ବର୍ଗ, ବନ୍ଧୁ ବାନ୍ଧବ, ଗ୍ରାମବାସୀ, ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। ବୁଦ୍ଧ ବନ୍ଦନା ଗାନ କଲା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ସମ୍ୱର୍ଦ୍ଧନା ସଭାରେ ବନମାଳୀ ବାଗ , ସଭାପତି ଆଞ୍ଚଳିକ ଡ଼ମ୍ବ ସମାଜ କୋକସରା ସଭାପତିତ୍ବ କରିଥିବା ବେଳେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଗଗନେଶ୍ୱର ଠାକୁର ,ଧବଳେଶ୍ଵର ନାଗ, ନାରୀ ନେତ୍ରୀ ରମଣୀ ଦୂରିଆ, ଅଲ୍ ଇଣ୍ଡିଆ ସେଡୁଲ କାଷ୍ଟ ଫେଡେରେସନ୍ ସଭାପତି ଦିଗାମ୍ବର ଲୁହା, ମହା ସଚିବ ତଥା ପ୍ରକୃତି ବନ୍ଧୁ ଯତୀନ୍ଦ୍ର କର, ରୁଦ୍ର ପ୍ରସାଦ ପାଣିଗ୍ରାହି, ଛବିଲାଲ ନିଆଲ୍, ଗୋବର୍ଦ୍ଧନ ବାଗ, କୌସିକ ଦୁରିଆ, ଦିଗାମ୍ୱର ଦୁରିଆ,ନକୁଲ ନାଏକ, ମାର୍କଣ୍ଡ ବେମାଲ, ସତ୍ୟବାନ ପାଣିଗ୍ରାହି, ବରୁଣ ନାଏକ,ଅଭିରାମ ନନ୍ଦ,ଦୁର୍ଯୋଧନ କୁମାର, ଜୟ ପ୍ରକାଶ ଜାଲ, ଯଶୋବନ୍ତ ପାଣିଗ୍ରାହି ପ୍ରମୁଖ ଯୋଗଦାନ କରି ନିଶିକାନ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କ ସ୍ବପ୍ନ ସାକାର କରିବାରେ ପିତା ମାତାଙ୍କ ସହଯୋଗକୁ ମଧ୍ୟ ପ୍ରଶଂସା କରିଥିଲେ। ନିଶିକାନ୍ତଙ୍କ ପିତାମାତା ମଧ୍ୟ ନିଜ ସଂଘର୍ଷର କାହାଣୀ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ପରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଓ ଆପଣାର ଲୋକ ମାନେ ନିଶିକାନ୍ତ,ତାଙ୍କ ପିତାମାତା, ସ୍ତ୍ରୀ ଜୁଲି ବୈରୀ ଗଞ୍ଜନଙ୍କୁ ଫୁଲତୋଡା, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ସମ୍ୱର୍ଦ୍ଧନା ସଭାରେ ବରିଷ୍ଠ ଶିକ୍ଷକ ବୈକୁଣ୍ଠ ଜାଲ ମଞ୍ଚ ପରିଚାଳନା କରିଥିବା ବେଳେ ଗୋବର୍ଦ୍ଧନ ବେମାଲ ଏବଂ ରୁପେନ୍ଦ୍ର ସୁନାନୀ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ।ପରେ ପରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ ସମ୍ୱର୍ଦ୍ଧନା ସଭାକୁ ସାଙ୍ଗ କରାଯାଇଥିଲା।