ଭୁବନେଶ୍ୱର: ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତଙ୍କ ଯେଭଳି ଅସୁବିଧା ନ ହେବ ସେଥିପାଇଁ ଓଡ଼ିଶା ସରକାର ୨୦୨୫ ମସିହାରେ ଏକ ନୂତନ ବିସ୍ଥାପନ ଓ ଥଇଥାନ (ଆରଆଣ୍ଡଆର) ନୀତି ଆଣିବାକୁ ଯୋଜନା କରୁଛନ୍ତି।

ରାଜ୍ୟ ସରକାର ଏହି ସମ୍ପର୍କରେ ଏକ ନୂତନ ବ୍ୟବସ୍ଥା ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି।

ପ୍ରସ୍ତାବିତ ନୀତିର ଅଂଶ ଭାବରେ ବିସ୍ଥାପିତ ଲୋକଙ୍କୁ ବିଭିନ୍ନ ପ୍ରକାରର କ୍ଷତିପୂରଣ ମଧ୍ୟରୁ ଗୋଟିଏ ବାଛିବାର ଅଧିକାର ରହିବ। ଯଦି କୌଣସି ପ୍ରକଳ୍ପ ପାଇଁ ଜମି ଆବଶ୍ୟକ ହୁଏ, ତେବେ ସରକାର ଜମି ହରାଇଥିବା ଲୋକଙ୍କ ଉପରେ ଏହାର ଯୋଜନା ଜୋରଜବରଦସ୍ତ ଲଦି ପାରିବେ ନାହିଁ। ପ୍ରଭାବିତ ଲୋକଙ୍କ ଦାବି ଏବଂ ସୁବିଧା ଆଧାରରେ ବିଭିନ୍ନ ବିକଳ୍ପ ଦିଆଯିବ।